ତଦନ୍ତ ବେଳେ ୨ ଆରପିଏଫଙ୍କୁ ଆକ୍ରମଣ

ଭଦ୍ରକ: ଦିନ ଦିପହରେ ଆରପିଏଫ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଆରପିଏଫ ଯବାନ। ଗୁରୁତର ଅବସ୍ଥାରେ ୨ ଆର ପି ଏଫ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ନାଲଚୁଣ୍ଡା ପାଳସପୁରକୁ ବେଆଇନ କୋଇଲା କାରବାର ତଦନ୍ତ ପାଇଁ ୨ ଆରପିଏଫ ଯାଇଥିଲେ। ପ୍ରକାଶ ଯେ, ଧାମରାରୁ ଟ୍ରେନରେ କୋଇଲା ଚୋରି କରି ଆଣି ସ୍ଥାନୀୟ ଇଟାଭାଟିରେ ବ୍ୟବହାର କରାଯାଉଥିଲା।
ଆରପିଏଫର ୮ଜଣିଆ ଟିମ୍ ଖବର ପାଇ ପଳାସପୁରରେ ଚଢ଼ାଉ କରି ଏକ ଇଟା ଭାଟିରୁ ବେଆଇନ କୋଇଲା ଜବତ କରିଥିଲା । ଏହି ସମୟରେ ୨୦ ରୁ ୩୦ ଲୋକେ ସଙ୍ଗବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଆରପିଏଫର 2 କର୍ମଚାରୀ ମୁକେଶ କୁମାର ଓ ପୂର୍ଣଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି।
Comments are closed.