ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଦିଆଯିବ ଟିକା
![](https://www.odishalink.com/wp-content/uploads/2021/02/vaccination.jpg)
ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରେସ୍ ମିଟ୍ କରି ସୂଚନା ଦେଇଛିନ୍ତି। ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ। ଏଥିସହ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ।
୧୦ ହଜାର ସରକାରୀ ଓ ୨୦ ହଜାର ବେସରକାରୀ କେନ୍ଦ୍ରରେ ଟିକାକରଣ କରାଯିବ। ସରକାରୀ କେନ୍ଦ୍ରରେ ଟିକାକରଣ ମାଗଣାରେ କରାଯିବ। ଘରୋଇ ଡାକ୍ତରଖାନାରେ ଟିକାକରଣ କଲେ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡିବ। କେତେ ଅର୍ଥ ଦେବାକୁ ପଡିବ ତାହା ଆସନ୍ତା ୨ରୁ ୩ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିର କରିବେ।
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇ କହିଛନ୍ତି ଯେ, ‘ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଲୋକଙ୍କୁ କରୋନାର ଦ୍ୱିତୀୟ ଡୋଜ୍ ଦିଆଯାଇଛି।
Comments are closed.