କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
![](https://www.odishalink.com/wp-content/uploads/2021/02/accinated.jpg)
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଟିକାକରଣର ଶେଷ ଦିନ ତେବେ ଦ୍ବିତୀୟ ଡୋଜ୍ ଟିକାଦାନ ବି ଜାରି ରହିଛି । ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କରୋନା ଟିକା ନେଇଛନ୍ତି ।
ତେବେ କରୋନାର ଦ୍ୱିତୀୟ ଷ୍ଟ୍ରେନ ନେଇ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ।
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ୨ ଷ୍ଟ୍ରେନକୁ ନଜରରେ ରଖି ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି ।
Comments are closed.