କରୋନା ଭାଇରସ ବିରୋଧରେ ପ୍ରଭାବୀ ସାବ୍ୟସ୍ତ ହୋଇଛି ଜନସନ୍ ଆଣ୍ଡ ଜନସନ୍ ଟିକା:ଏଫ୍ ଡି ଏ
ୱାଶିଂଟନ: କରୋନା ଭାଇରସ ବିରୋଧରେ ପ୍ରଭାବୀ ଓ ନିରାପଦ ସାବ୍ୟସ୍ତ ହୋଇଛି ଜନସନ୍ ଆଣ୍ଡ ଜନସନ୍ ଟିକା। ଏହା ଆମେରିକାର ଔଷଧ ନିୟାମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ କହିଛି। ଗୁରୁତର ସଂକ୍ରମଣ କ୍ଷେତ୍ରରେ ଏହା ୮୫% ପ୍ରଭାବଶାଳୀ ।
ଏହି ଟିକା ଭାଇରସର ବିଭିନ୍ନ ଭାରିଆଣ୍ଟ ଉପରେ ଏହା ୬୬% ପ୍ରଭାବୀ ବୋଲି କମ୍ପାନୀ ଗତ ଜାନୁଆରୀରେ ଦାବି କରିଥିଲା । ଟିକାଟି ପ୍ରଭାବୀ ଓ ନିରାପଦ ହୋଇଥିବାରୁ ଶୁକ୍ରବାର ଏହାକୁ ଅନୁମୋଦନ ମିଳିବ ବୋଲି ଅନୁମାନ କରାଯାଇଛି। ତେବେ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଟିକାର ପ୍ରଭାବ ସବୁଠି ସମାନ ନଥିବା ପରିଲକ୍ଷିତ ହୋଇଛି।
ଆମେରିକାରେ ଏହା ୭୨% ପ୍ରଭାବୀ ହୋଇଥିବା ବେଳେ ଲାଟିନ ଆମେରିକାରେ ୬୬%, ଦକ୍ଷିଣ ଆଫ୍ରିକାରେ ୫୭% ପ୍ରଭାବୀ ରହିଛି। କିନ୍ତୁ ଗୁରୁତର ସଂକ୍ରମଣ କ୍ଷେତ୍ରରେ ଟିକାଟି ମୋଟାମୋଟି ଭାବେ ୮୫% ପ୍ରଭାବୀ ବୋଲି କମ୍ପାନୀ ଦ୍ୱାରା ଦାଖଲ ରିପୋର୍ଟରୁ ଜଣାପଡ଼ିଛି। ଗୋଟିଏ ଡୋଜ୍ ନେବାର ଅତିକମ୍ରେ ୧୪ ଦିନ ପରେ ଏହା ସଂକ୍ରମଣ ବିପଦ ଏଡ଼ାଇବାରେ ସମର୍ଥ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।
କରୋନା ଭାଇରସ କାରଣରୁ ଦେଶରେ ଅନେକ ଲୋକ ମୃତ୍ୟ ବରଣ କରିସାଲେଣି। ଅନେକ ଦେଶରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଯାଇଛି ।
Comments are closed.