ବଢୁଥିବା ତାପମାତ୍ରା ପାଇଁ ଏସଆରସିଙ୍କ ସତର୍କତା
![](https://www.odishalink.com/wp-content/uploads/2021/02/summer-1.jpg)
ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା ତାପମାତ୍ରାକୁ ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ହିଟ୍ୱେଭ୍ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି ।
ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେର ଓ ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୩ ଡିଗ୍ରୀ ତାପମାତ୍ରା ରହିଛି ।
Comments are closed.