ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ ଅଭିନେତା ହ୍ରିତିକ ରୋଶନ
![](https://www.odishalink.com/wp-content/uploads/2021/02/Kangana-Ranaut-E-mail-case.jpg)
ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନ। କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି ।
ପ୍ରକାଶ ଯେ, ୨୦୧୬ ମସିହାରେ କଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ରୁ ଅଧିକ ଇ-ମେଲ୍ ମିଳିଥିବାରୁ ହ୍ରିତିକ ରୋଶନ୍ ଏକ ଅଭିଯୋଗ ଦାଖଲ କରାଇଥିଲେ । ହ୍ରତିଙ୍କ ଅଭିଯୋଗ କ୍ରମେ ଏହାର ଯାଞ୍ଚ ମଧ୍ୟ ଚାଲୁଛି ।
କଙ୍ଗନା ଅନେକ ଇ-ମେଲ୍ ପଠାଇ ହ୍ରିତିକ ରୋଶନଙ୍କ ଉପରେ ହଇରାଣ କରୁଥିବାର ଅଭିଯୋଗ କରିଥିଲେ କିନ୍ତୁ ହ୍ରତିକ୍ ଏପରି କୌଣସି ଇ-ମେଲ୍ ପଠାଇ ନଥିବା କହିଥିଲେ। ତେଣୁ ହ୍ରିତିକ କଙ୍ଗନାଙ୍କ ବିରୋଧରେ ସାଇବର ସେଲ୍ ରେ ଅଭିଯୋଗ ଦାଖଲ କରିଥିଲେ।
ମେଲ୍ ମାମଲାରେ ଏପର୍ଯ୍ୟନ୍ତ ସାଇବର ସେଲ ତରଫରୁ କୌଣସି ଅଗ୍ରଗତି ହୋଇନାହିଁ। ତେଣୁ ଏହି ମାମଲାକୁ କ୍ରାଇମ୍ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯିବା ଉଚିତ୍ ।‘
Comments are closed.