ବଦଳିଲା ନିୟମ, ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ସମୟ ବଦଳିଛି। ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢ଼ିବେ। ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲରେ ପାଠପଢ଼ା ହେବ।
ସେହିପରି ଦଶମ ଏବଂ ଦ୍ଵାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ଯାଏ ସ୍କୁଲ ଖୋଲା ରହିବ। ଛାତ୍ର-ଛାତ୍ରୀଙ୍କୁ ସାଥୀରେ ପାଣି ବୋତଲ ଆଣିବାକୁ କୁହାଯାଇଛି। ଏଥିସହ ସ୍କୁଲ ଏବଂ କଲେଜ୍ରେ ଗୁଡିକରେ କରୋନା ସଂପର୍କିତ ନିୟମର ପାଳନ ମଧ୍ୟ ହେବ।
ପ୍ରକାଶ ଯେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏମିତି ରହିଛି ଯେ, ଫେବୃଆରୀ ଶେଷ ହେଉଣୁ ଅନେକ ସହରରେ ତାପମାତ୍ର ୩୭ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ଵର ତ ତାପମାତ୍ରା ବୃଦ୍ଧିରେ ରେକର୍ଡ କରିଛି। ଗତ କେଇ ଦିନ ହେବ ରାଜଧାନୀରେ ତାପମାତ୍ର ୪୦ ଛୁଇଁଛି। ଏସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Comments are closed.