ପବ୍-ଜି ଖେଳରୁ +୨ ଛାତ୍ରକୁ ପ୍ରେମ କଲେ ମହିଳା

ନୂଆଦିଲ୍ଲୀ: ଆପଣମାନେ ଶୁଣିଥିବେ ସୋସିଆଲ ମିଡି଼ଆରେ ବାର୍ତ୍ତାଳାପ ପରେ ପ୍ରେମ ହୁଏ ବୋଲି। କିନ୍ତୁ ଏବେକା ଜମାନାରେ ଖେଳରୁ ଖେଳରୁ ପ୍ରେମ ହୋଇ ଯାଉଛି। ତହା ପୁଣି ଯୁକ୍ତ ଦୁଇ ଛାତ୍ର ସହିତ। ପ୍ରେମ ହେବା ପରେ ପରସ୍ପରକୁ ଭେଟିବା ପାଇଁ ଶହ ଶହ କିଲୋମିଟର ଦୂର ଯାଇ ପହଞ୍ଚି ଯାଉଛନ୍ତି ଯୁବକ ଓ ଯୁବତୀମାନେ।
ଏକ ତାଜା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜଣେ ବିବାହିତା ମହିଳା ନିଜ ପବ୍-ଜି ବନ୍ଧୁଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶରୁ ଯାଇ ହିମାଚଳ ପ୍ରଦେଶରେ ପହଞ୍ଚିଯାଇଛନ୍ତି। ପୋଲିସ ସେହି ବିବାହିତା ମହିଳାଙ୍କୁ ଉଦ୍ଧାର କରିଛି।
ସୂଚନାଯୋଗ୍ୟ ଯେ, ଏହି ଘଟଣାଟି ଆସିଛି ହିମାଚଳର କାଙ୍ଗ୍ରା ଜିଲ୍ଲାରୁ ଆସିଛି। ଫେବୃଆରୀ ପ୍ରଥମ ସପ୍ତାହରେ କଙ୍ଗରା ସୀମାବର୍ତ୍ତୀ ଅଞ୍ଚଳର ଜଣେ ବିବାହିତା ମହିଳା ହଠାତ୍ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ତାଙ୍କୁ ସବୁ ଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଅସଲରେ ମହିଳା ଜଣକ ଘରୁ ଔଷଧ କିଣିବା ବାହାନା କରି ପଠାନକୋଟ୍ ଚାଲିଯାଇଥିଲେ ।
ତା’ ପରେ ସେହି ମହିଳା ନିଖୋଜ ହେବାର ସୂଚନା ତାଙ୍କ ପରିବାର ଥାନାରେ ପଞ୍ଜୀକୃତ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ନିଖୋଜ ମହିଳାଙ୍କୁ ବାରାଣାସୀରୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟଙ୍କୁ ଦେଇଥିଲା। ବିବାହିତା ମହିଳା ଯେତେବେଳେ ନିଜ ନିଖୋଜ ହେବାର କାହାଣୀ କହିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
ପ୍ରକାଶ ଯେ, ବିବାହିତା ମହିଳା ପବ୍-ଜି ଖେଳିବାକୁ ଭଲ ପାଉଥିଲେ। ପବ୍-ଜି ଖେଳିବା ବେଳେ ସେ ବାରାଣାସୀର ଜଣେ ଯୁବକ ସହିତ ପରିଚିତ ହୋଇଥିଲେ। ସେହି ପରିଚୟ ପ୍ରେମରେ ପରିଣତ ହୋଇଥିଲା। ଭାରତରେ ଏବେ ପବ୍-ଜି ନିଷେଧ ଅଛି । ହେଲେ ଏହି ନିଷେଧାଦେଶ ଆସିବା ପୂର୍ବରୁ ଦୁହେଁ ପରିଚିତ ହୋଇଥିଲେ। ପରେ ଦୁହେଁ ମୋବାଇଲ୍ ଫୋନ୍ ମାଧ୍ୟମରେ କଥା ହେଉଥିବା ଜଣାପଡ଼ିଛି।
ବିବାହିତା ମହିଳା ନିଜ ପ୍ରେମିକକୁ ଭେଟିବା ପାଇଁ ବାରାଣାସୀରେ ପହଞ୍ଚିଥିଲେ। ଯେତେବେଳେ ସେ ସେହି ଯୁବକଙ୍କୁ ଭେଟିଥିଲେ, ସେତେବେଳେ ଜାଣିବାକୁ ପାଇଥିଲେ ଯେ ଯୁବକ ଜଣକ ଯୁକ୍ତ ଦୁଇର ଛାତ୍ର। ଏହା ପରେ ବିବାହିତା ମହିଳା ନିଜ ପରିବାରକୁ ଫୋନ୍ କରି ତାଙ୍କୁ ସେଠାରୁ ନେଇଯିବାକୁ ଅନୁରୋଧ କରିଥିଲେ।
ଏହି ପ୍ରସଙ୍ଗରେ ସମ୍ପୃକ୍ତ ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି ଯେ ବିବାହିତା ମହିଳାଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମହିଳାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି।
Comments are closed.