ଗଛ ପଡ଼ି ୭ବର୍ଷର ବାଳକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଅଘଟଣ ଘଟିଯାଇଛି। ବାଇକରେ ଯିବା ସମୟରେ ଗଛ ପଡ଼ି ୭ବର୍ଷର ବାଳକ ମୃତ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ପ୍ରକାଶ ଯେ, ଯାଜପୁର ଜିଲ୍ଲା ଯୋଡିକୂଅ ଛକ ନିକଟରେ ଗଛ କଟାଯାଇଥିଲା। ଠିକ୍ ଏହି ସମୟରେ ଅଘଟଣ ଘଟିଯାଇଛି। ଗଛ କଟା ସମୟରେ ଡାଳ ପଡି ଜଣେ ୭ବର୍ଷର ବାଳକଙ୍କ ମୃତ୍ୟୁ ହୋଇଯାଇଛି। ବାଇକରେ ଯାଉଥିବା ବେଳେ ଉପରେ ଗଛ ପଡିଯାଇଥିଲା। ଯାହାଫଳରେ କି ଏହି ଅଘଟଣ ଘଟିଯାଇଛି ।
ସେହିପରି ଗଛ ପଡି ସ୍ୱାମୀ-ସ୍ତ୍ରୀ ଓ ୧୨ବର୍ଷ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକ୍ରେ ଯାଉଥିବା ବେଳେ ଉପରେ ଗଛ ପଡିଯାଇଥିଲା ।
ତେବେ ରାସ୍ତାରେ ଯାତାୟତ ବେଳେ ଗଛ କାହିଁକି କଟାଯାଉଥିଲା । ଯଦି ଗଛ କଟାଯାଉଥିଲା , ତେବେ ରାସ୍ତାରେ ଯାତାୟତ କଣ ପାଇଁ ବନ୍ଦ କରାଯାଇନଥିଲା । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।
Comments are closed.