କରୋନା: ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ମାର୍ଚ୍ଚ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସେପଟେ ଯାତ୍ରା, ମକ୍ତାକାଶ ଥିଏଟର ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ କରିପାରିବ ଯାତ୍ରା।
କରୋନା କଟକଣା ଉପରେ ଧ୍ୟାନ ରଖି ଅନୁମତି ମିଳିପାରିବ। ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଛି। ସିଟ ମଧ୍ୟରେ ୬ ଫୁଟର ଦୂରତା ରହିବ ଓ ରୋଗାକ୍ରାନ୍ତଙ୍କୁ ଅନୁମତି ମନା କରାଯାଇଛି। ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଯାତ୍ରା କଟକଣା ହେଲେ ଆୟୋଜକ ଦାୟୀ ରହିବେ।
ଅନ୍ୟପଟେ ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣଙ୍କୁ ସାମିଲ କରିବାକୁ ଅନୁମତି। ଆବଶ୍ୟକ ପଡିଲେ ଅବରୋଧ ଅଞ୍ଚଳ ଘୋଷଣା ହୋଇପାରିବ। ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ।
Comments are closed.