ମନ କୀ ବାତ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଲେ ମୋଦି
![](https://www.odishalink.com/wp-content/uploads/2021/02/Modi-JNU-main.jpg)
ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ୱିତୀୟ ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତ ପ୍ରଧାନମନ୍ତ୍ରୀ ମୋଦି। ମାସିକ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ କରନ୍ତୁ। ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରୟାସ ଜରୁରୀ । ଜଳ ଆମର ଜୀବନ ଓ ଆସ୍ଥା। ବର୍ଷା ଜଳକୁ ନଷ୍ଟ ନକରି ତାହାର ସଠିକ ବ୍ୟବହାର କରାଯାଉ।
ଏହା ସହିତ କଳା, ସଂସ୍କୃତି ଓ ପର୍ଯ୍ୟଟନ ସଂପର୍କିତ ପ୍ରରଣାଦାୟୀ କାହାଣୀ କହିବା ପାଇଁ ଫେବ୍ରୁଆରୀ ୧୫ ତାରିଖରେ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଥିଲା। ଉଭୟ ଇଂରାଜୀ ଓ ହିନ୍ଦିରେ କଳା, ସଂସ୍କୃତି ଓ ପର୍ଯ୍ୟଟନ ସଂପର୍କିତ ପ୍ରେରଣାଦାୟୀ କାହାଣୀ ରେକର୍ଡ କରିବାକୁ କୁହାଯାଇଥିଲା । ଜାନୁଆରୀ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ।
ତେବେ ଏହିଭଳି ଆହୁରି ଏକାଧିକ କାହାଣୀ ଶୁଣିବାକୁ ଆଗ୍ରହୀ ବୋଲି ମୋଦୀ କହିଥିଲେ। ତେଣୁ ଫେବ୍ରୁଆରୀ ୨୮ ଅର୍ଥାତ ଆଜିର ମନ କୀ ବାତରେ ଏହି ପ୍ରସଙ୍ଗରେ ଅଧିକ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Comments are closed.