Odisha Link
Bridging the Missing Links in Odisha

ଆମ୍ବୁଲାନ୍ସରୁ ଡେଇଁଲେ ରୋଗୀର ମା’

ଭଦ୍ରକ: ଗୁରୁତର ରୋଗୀକୁ ଭଦ୍ରକରୁ କଟକ ନେଇ ଯାଉଥିଲା ଆମ୍ବୁଲାନ୍ସ। ହଠାତ୍ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଲେ ରୋଗୀର ମା’। ଏହା ଦେଖି ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସର ୩ କର୍ମଚାରୀଙ୍କୁ ଅଟକ ରଖି ପୁଲିସ୍‌ ଜିମା ଦେଇଥିଲେ। ଏହି ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଭଦ୍ରକରେ ଘଟିଛି।

ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା ଅଞ୍ଚଳର ସନାତନ ବାରିକ ଓ ଗୀତାରାଣୀ ବାରିକଙ୍କ ୧୦ ବର୍ଷର ପୁଅ ଗତକାଲି ଗଛରୁ ଖସିପଡିଥିଲା। ଏହାପରେ ପରିବାର ଲୋକ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।ଆମ୍ବିଲାନ୍ସଟି କଟକ ଯିବା ପରିବର୍ତ୍ତେ ବାଲେଶ୍ୱର ଆଡ଼େ ଯିବାକୁ ଲାଗିଲା। ଏନେଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚାରି କୌଣସି ସନ୍ତୋଷଜନକ ଉତ୍ତର ନ ପାଇ ଶେଷରେ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଲେ ରୋଗୀର ମା’।

Fletch86 May 17, I have smoked 10 a day a lot more when drinking for 14 years and decided to try Champix to finally quit. tadalafil My motivation is starting a family next year.

Leave A Reply

Your email address will not be published.