ମାର୍ଚ୍ଚରୁ ଖରାରେ ସିଝିବ ସାରା ଓଡ଼ିଶା
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ଆଶାତୀତ ଭାବେ ବଢ଼ିବାରେ ଲାଗିଛଇ। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ସେହିପରି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ଚଳିତ ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସମୟରେ ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଭୀଷଣ ତାତି ଅନୁଭୂତ ହେବ। କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ବି ଖରାର ପ୍ରକୋପ ଦେଖିବାକୁ ମିଳିପାରେ। ସ୍ୱାଭାବିକ ଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Comments are closed.