କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ କରିବେ ମିତ୍ତଲ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଆର୍ସେଲର ମିତ୍ତଲ ଏହି ଷ୍ଟିଲ୍ ପ୍ଲାଣ୍ଟ କରିବ। ଏହି ପ୍ଲାଣ୍ଟରୁ ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବ। ଏଥିପାଇଁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏହି କମ୍ପାନୀ।
ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ୍.ଏନ୍. ମିତ୍ତଲଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ସୂଚନାଯୋଗ୍ୟ ଯେ, ୨୦୦୬ ମସିହାରେ କେନ୍ଦୁଝରରେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ଚୁକ୍ତି ସ୍ୱାକ୍ଷର କରିଥିଲା। କୁହାଯାଉଥିଲା ଏହି ପ୍ଲାଣ୍ଟ ହେବ ଦ୍ୱିତୀୟ ସର୍ବ ବୃହତ ପ୍ଲାଟ୍। ଏଥିପାଇଁ ରାଜ୍ୟ ସରକାର ବହୁ ସ୍ୱପ୍ନ ଦେଖିଥିଲେ।
ଆଜି ପର୍ଯ୍ୟନ୍ତ ସେହି ପ୍ଲାଣ୍ଟ ହୋଇପାରିଲା ନାହିଁ। ଦୀର୍ଘ ଦିନରେ ପୁଣି ଥରେ ଆର୍ସେଲର ମିତ୍ତଲ କେନ୍ଦ୍ରାପଡ଼ାରେ ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଛି। ପ୍ରକୃତରେ ଷ୍ଟିଲ୍ ପ୍ଲାଣ୍ଟ ହେବ ନା ପୂର୍ବ ପରି ସ୍ୱପ୍ନରେ ରହିବ, ତାହା ସମୟ କହିବ।
Comments are closed.