Odisha Link
Bridging the Missing Links in Odisha

ଓଡ଼ିଶା ଫେରିଲେ ନବ ଦମ୍ପତି ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ନିକଟରେ ରାଜସ୍ଥାନରେ ବିବାହ ପରେ ଓଡ଼ିଶା ଫେରିଛନ୍ତି ସେଲିବ୍ରିଟି ନବ ଦମ୍ପତି ସବ୍ୟ-ଅର୍ଚ୍ଚିତା। ଆଜି ଭୁବନେଶ୍ୱର ବିମାନବନ୍ଦରରେ ଉଭୟଙ୍କୁ ଉଚ୍ଛସ୍ୱିତ ସ୍ୱାଗତ କରିଛନ୍ତି ଫ୍ୟାନ। ଗତ ମାର୍ଚ୍ଚ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସବ୍ୟସାଚୀଙ୍କ ସହ ଅର୍ଚ୍ଚିତାଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ଓଡ଼ିଶା ଫେରିବା ପରେ ନବ ଦମ୍ପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ବାହାଘରକୁ ନେଇ ଗୁମର ଖୋଲିଛନ୍ତି ଉଭୟ। ଗତବର୍ଷ ଉଭୟଙ୍କ ବାହାଘର ହେବାର ଥିଲା। ମାର୍ଚ୍ଚରେ ବିବାହ ଲାଗି ସ୍ଥିର ହୋଇଥିଲା। କିନ୍ତୁ ମହାମାରୀ କରୋନା ଲାଗି ବିବାହ ସମ୍ପନ୍ନ ହୋଇପାରି ନଥିଲା ବୋଲି ସବ୍ୟସାଚୀ କହିଛନ୍ତି। କୋଭିଡ୍ କଟକଣାକୁ ନଜରରେ ରଖି ଶୁଭେଚ୍ଛୁଙ୍କ ଗହଳି ଓ ସୁରକ୍ଷା ରଖି ଉଭୟ ପରିବାର ସମ୍ମତିରେ ରାଜସ୍ଥାନରେ ବିବାହ ଲାଗି ସ୍ଥିର କରିଥିଲେ ବୋଲି ସବ୍ୟ କହିଛନ୍ତି।

ଏହା ସହିତ ସବ୍ୟସାଚୀ ଜୀବନରେ ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଅଜାଡ଼ି ଦେଇଛନ୍ତି। ରିଲ୍ ଲାଇଫ୍ ସହ ଉଭୟ ଆଗକୁ ସମାଜ ସେବା ଜାରି ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପୂର୍ବରୁ ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ଓଲିଉଡ୍ ଚଳଚ୍ଚିତ୍ର ‘ପିଲାଟା ବିଗିଡ଼ି ଗଲା’, ‘ସ୍ମାଇଲ୍ ପ୍ଲିଜ୍‘,‘ମୁଁ ଏକା ତୁମର‘,‘ମୁଁ ସ୍ୱପ୍ନର ସୌଦାଗର‘,‘ପାଗଳ କରିଛି ପାଉଁଞ୍ଜି ତୋର‘,‘କୋଉ ଦୁନିଆରୁ ଆସିଲ ବନ୍ଧୁ‘,‘ତୋର ମୋର ଯୋଡ଼ି ସୁନ୍ଦର‘,‘କେବେ ତୁମେ ନାହଁ କେବେ ମୁଁ ନାହିଁ’ ଚଳଚ୍ଚିତ୍ରରେ ଏକାଠି ନଜର ଆସିବା ବେଶ୍ ରୋମାନ୍ସ କରିଛନ୍ତି। ଏବେ ସବ୍ୟ-ଅର୍ଚ୍ଚିତାଙ୍କ ରିଅଲ୍ ଲାଇଫ କେମିତି କଟୁଛି ତା’ଉପରେ ରହିଛି ଫ୍ୟାନଙ୍କ ନଜର।

Comments are closed.