Odisha Link
Bridging the Missing Links in Odisha

ଧାନକିଣାରେ ଅନିୟମିତତା: ନିଲମ୍ବିତ ହେଲେ ମାଳଦା ସେବା ସମବାୟ ସମିତିର ସଂପାଦକ

ଭୁବନେଶ୍ବର: ନିଲମ୍ବିତ ହେଲେ ସେବା ସମବାୟ ସମିତିର ସଂପାଦକ। ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ତାଙ୍କ ସହିତ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଧାନକିଣାରେ ଅନିୟମିତତା ଏବଂ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଦୁହିଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେପଟେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଳଦା ସମିତିରେ ଧାନକିଣାର ଅନିୟମିତତା ସଂପର୍କରେ ଯୁଗ୍ମକମିଟି ଦ୍ୱାରା ଯାଞ୍ଚ କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.