Odisha Link
Bridging the Missing Links in Odisha

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ୩ ଗିରଫ

ତେଲକୋଇ: ଶିକାର ଉଦ୍ଦେଶରେ ଜଙ୍ଗଲରେ ନିଆଁ ଲଗାଇଥିବା ୩ ଜଣଙ୍କୁ ଗିରଫ କରିଛି ତେଲକୋଇ ବନ ବିଭାଗ । ସେମାନେ ହେଲେ ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋର୍ବଦ୍ଧନ ଜୁଆଙ୍ଗ।

ସେମାନଙ୍କଠାରୁ ୩ଟି ଧନୁ ତୀର ମଧ୍ୟ ଜବତ କରାଯାଇଛି। ଶିକାରୀଙ୍କ ଆକ୍ରମଣରେ ବିମଳା ଫରେଷ୍ଟ ବିଟର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଶିକାରୀମାନଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଛି ।

Comments are closed.