Odisha Link
Bridging the Missing Links in Odisha

ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି। ଆମର ଯୁବଗୋଷ୍ଠୀଙ୍କ ପାଇଁ ଯେକୌଣସି ସ୍ଥାନର ସେମାନଙ୍କ ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ବନ୍ଦିତା କରିବାକୁ ନୂତନ ଉପାୟ ସୃଷ୍ଟି କରିଛୁ। ବିଶ୍ୱ ଦକ୍ଷତା କେନ୍ଦ୍ର ଯୁବକମାନଙ୍କୁ ଆଗୁଆ ଦକ୍ଷତା ତାଲିମ ପ୍ରଦାନ କରି ଏହି ପ୍ରୟାସକୁ ସୁଦୃଢ କରିବା ଓ ସେମାନଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ।

ସେହିପରି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି କହିଛନ୍ତି ଯେ ଆମର ଯୁବକମାନଙ୍କୁ ବିଶ୍ଵବ୍ୟାପୀ ନିଯୁକ୍ତି ଦେବା ପାଇଁ ଦକ୍ଷତା ବିକାଶ ପାଇଁ ଉତ୍ତମ ସୁଯୋଗ ଯୋଗାଇବା ଏବଂ ସାମଗ୍ରିକ ବିକାଶର ଆବଶ୍ୟକତା ପାଇଁ ରାଜ୍ୟ ସ୍କିଲ ଭିଜନ ୨୦୩୦ ସୃଷ୍ଟି କରିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ସୁବ୍ରତ ବାଗଚିଙ୍କ ବ୍ୟତୀତ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.