Odisha Link
Bridging the Missing Links in Odisha

ବିଶ୍ୱ ମହିଳା ଦିବସ ପାଳିବ ବିଜୁ ଜନତା ଦଳ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ଦିନ ବିଜେଡ଼ି ମୁଖ୍ୟାଳୟରେ ବିରାଟ କାର୍ଯ୍ୟକ୍ରମ ଆୟୋଜନ ହେବ। ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ। ବିଶ୍ୱ କଲ୍ୟାଣରେ ମହିଳାଙ୍କ ଭୂମିକା ପ୍ରତିପାଦନ। ଉପସ୍ଥାପନ ହେବ ମହିଳାଙ୍କ ପ୍ରତିଭା।

ଫୋକସ୍‌ରେ ମହିଳା ସଶକ୍ତୀକରଣ। ମାର୍ଚ୍ଚ ୮ରେ ବିଜେଡି ଅଫିସରେ ମହାସମାରୋହରେ ପାଳନ ହେବ ବିଶ୍ୱ ମହିଳା ଦିବସ। ସାମିଲ ହେବେ ୨ ହଜାରରୁ ଅଧିକ ମହିଳା। ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ ନେଇ ମହିଳାଙ୍କୁ ସମ୍ବୋଧିତ କରାଯିବ। ମହିଳାଙ୍କୁ ଜାଗ୍ରତ କରିବା ଏହାର ଉଦ୍ଦେଶ୍ୟ। ମହିଳାଙ୍କ ପାଖରେ ଥିବା ପ୍ରତିଭା ଉପସ୍ଥାପନ କରାଯିବ।

ଯାହା ବିଶ୍ୱ କଲ୍ୟାଣରେ ଆସି। ବିଭିନ୍ନ ସମୟରେ ପ୍ରତିଭାମୟୀ ମହିଳା ଘରର ଚାରିକାନ୍ଥ ଭିତରେ ସୀମିତ ରହିଯାଆନ୍ତି। ସେମାନଙ୍କୁ ଘରଘର ବୁଲି ଜାଗ୍ରତ କରିବାର ଗୁରୁ ଦାୟିତ୍ୱ ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ପାଇପାରନ୍ତି। ସମାରୋହରେ ମହିଳା ସଶକ୍ତୀକରଣ ପାଇଁ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସ୍‌ଏଚ୍‌ଜି ଗଠନ ନବୀନ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ।

ଏଥିପାଇଁ ମିଶନ ଶକ୍ତି ଏବେ ଏକ କେସ୍ ଷ୍ଟଡି ପାଲଟିଛି। ପଞ୍ଚାୟତ ଘରେ ବସି ବିକାଶର ଚିନ୍ତା, ମିଶନ ଶକ୍ତିରେ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସମୃଦ୍ଧିର ଉଜ୍ଜ୍ୱଳ ଚିତ୍ର ଦେଖାଇବା ନେଇ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଥିଲେ।

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦପେକ୍ଷ ରହିବ ମହିଳା ଦିବସ ସମାରୋହର ମୁଖ୍ୟ ଏଜେଣ୍ଡା। ବିଜୁ ଜୟନ୍ତୀ ପରି ମହିଳା ଦିବସ ସମାରୋହକୁ କୋଭିଡ୍‌ କଟକଣା ଭିତରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.