Odisha Link
Bridging the Missing Links in Odisha

ଅଳ୍ପକେ ଶତକରୁ ବଞ୍ଚିତ ହେଲେ ସୁନ୍ଦର, ଭାରତ ୩୬୫ ରନରେ ଅଲଆଉଟ୍

ଅହମ୍ମଦାବାଦ: ବୋଲିଂ ପରେ ବ୍ୟାଟିଂରେ ଚମକିଲେ ଓ୍ବାଶିଂଟନ୍‌ ସୁନ୍ଦର। ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଶତକୀୟ ଇନିଂସ୍‌ ଖେଳିବାରୁ ଅଳ୍ପକେ ବର୍ତ୍ତିଛନ୍ତି ସୁନ୍ଦର। । ପ୍ରଥମ ଇନିଂସରେ ବୋଲିଂ କରି ୨ଟି ଓ୍ବିକେଟ ନେଇଥିବା ସୁନ୍ଦର ବ୍ୟାଟିରେ ମଧ୍ୟ ନିଜ ଜାଦୁ ଦେଖାଇଛନ୍ତି। ସେ ୧୭୪ଟି ବଲ ଖେଳି ୯୬ ରନ୍‌ କରି ନଟ୍‌ ଆଉଟ୍‌ ରହିଥିଲେ। ଅକ୍ଷରଙ୍କ ଆଉଟ୍‌ ହେବା ପରେ ଈଶାନ୍ତ ଓ ସିରାଜ ସଅଳ ଆଉଟ୍‌ ହୋଯିବା ଫଳରେ ସୁନ୍ଦର ନିଜ ଟେଷ୍ଟ କ୍ୟାରୟରର ପ୍ରଥମ ଶତକରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ପନ୍ତଙ୍କ ପରେ ସୁନ୍ଦର ଟିମ୍‌ ଇଣ୍ଡିଆ ଅଧିକ ରନ୍‌ କରିଛନ୍ତି।

ବିରାଟ ବାହିନୀ ପ୍ରଥମ ଇନିଂସର୩୬୫ ରନ କରି ଅଲଆଉଟ୍‌ ହୋଇଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଇଂଲଣ୍ଡ ଦଳଠୁ ୧୬୦ ରନରେ ଆଗୁଆ ରହିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ପନ୍ତଙ୍କ ୧୦୧, ସୁନ୍ଦରଙ୍କ ୯୬, ରୋହିତଙ୍କ ୪୯ ଓ ଅକ୍ଷରଙ୍କ ୪୩ ରନ ବଳରେ ଟିମ୍‌ ଇଣ୍ଡିଆ ୩୬୫ ରନ୍‌ କରିଛି। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୪ ଓ୍ବିକେଟ ନେଇଥିବା ବେଳେ ଜେମ୍ସ ଆଣ୍ଡରସନଙ୍କୁ ୩ ଓ ଜ୍ୟାକ୍‌ ଲିଚଙ୍କୁ ୨ଟି ଓ୍ବିକେଟ ମିଳିଛି।

Comments are closed.