Odisha Link
Bridging the Missing Links in Odisha

କେନାଲରେ ଗାଧୋଇବା ସମୟରେ ଯୁବକ ନିଖୋଜ

ସୋର: କେନାଲରେ ଗାଧୋଇବା ସମୟରେ ଯୁବକ ନିଖୋଜ। ୪ ଦିନ ପରେ ଘରକୁ ଫେରିଲା ମୃତ ଦେହ। ପ୍ରକାଶ ଯେ, ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ଗତ ୨ ତାରିଖ ଦିନ ପ୍ରାୟ ୨ଟା ସମୟରେ କମ୍ପାନୀ ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ହଠାତ୍ ପୂର୍ଣ୍ଣଚନ୍ଦ୍ରଙ୍କର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ଗଭୀର କେନାଲରେ ପାଣିର ସ୍ରୋତ ଅଧିକ ଥିବାରୁ ସ୍ଥାନୀୟ ଲୋକେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।

କମ୍ପାନୀ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ। କେନାଲରୁ ପାଣି ଶୁଖାଇ ୩ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଅପରାହ୍ନ ୩ଟା ସମୟରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଘରକୁ ପଠାଇଦିଆଯାଇଥିଲା ।

ଶନିବାର ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୁଅର ମୃତ୍ୟୁପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସରକାରୀସ୍ତରରେ କ୍ଷତିପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments are closed.