୪୦୦ ଲିଟର ମହୁଲି ଜବତ, ୨ ଗିରଫ

ଭଦ୍ରକ : ସ୍ୱିଫ୍ଟ କାରରୁ ୪୦୦ ଲିଟର ମହୁଲି ଜବତ କଲା ଅବକାରୀ ବିଭାଗ। ପେଟ୍ରୋଲିଂ ସମୟରେ ଗାଡି ଅଟକାଇବାରୁ ଚୋରା ଚାଲାଣକାରୀ ଫେରାର ମାରିବାକୁ ଚେଷ୍ଟା କରିଥିଲେ। ଅବକାରୀ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହେବାରେ ସକ୍ଷମ ହୋଇଛି।
ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ପ୍ରକାଶ ଯେ, ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଓ କ୍ଷୀତିଶ ଦାସ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା କେନାଲ ଛକ ନିକଟରେ ପେଟ୍ରୋଲିଂ ଚାଲିଥିଲା।
ଏହି ସମୟରେ ଗୋଟିଏ ସ୍ୱିଫ୍ଟ କାରରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି। ଗାଡିରେ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।
Comments are closed.