ପୁଣିଥରେ ଜାରି ହୋଇପାରେ ଲକଡାଉନ
![](https://www.odishalink.com/wp-content/uploads/2021/03/aging-lockdown-in-Mumbai.jpg)
ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ମୁଣ୍ଡ ଉଠାଇଲେ କରୋନା ସଂକ୍ରମଣ। ଏହା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇଛି। ୧୩୧ ଦିନ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
୨୪ ଘଣ୍ଟାରେ ୧୩୬୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ଦେଖି ଗାର୍ଡିଆନ ମନ୍ତ୍ରୀ ଅସଲମ ଶେଖ ପୁଣିଥରେ ଲକଡାଉନ ଲାଗୁ ହେବ ବୋଲି ସଙ୍କେତ ଦେଇଛନ୍ତି।
ସେ କହିଛନ୍ତି, ଯଦି ବର୍ଦ୍ଧିତ ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ନ ରହିବ, ତା’ହେଲେ ଆମେ ବାଧ୍ୟ ହୋଇ ପୁଣିଥରେ ଆଶିଂକ ଲକଡାଉନ ଲାଗୁ କରିବୁ। ଆସନ୍ତା ୮ରୁ ୧୦ ଦିନ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।
ସରକାର କେସ୍ ଲୋଡ୍କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ମାସ୍କ ନ ପିନ୍ଧିଲେ ଜୋରିମାନା ଓ ମ୍ୟାରେଜ ହଲ ଏବଂ ପବ୍ସରେ ଭିଡ଼ କଲେ କାର୍ଯ୍ୟାନୁଷ୍ଠାନ ଭଳି ବ୍ୟବସ୍ଥା ରହିଛି।
Comments are closed.