ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଯାଇଛି ୧୦ ବଖରା ଘର। ଏଥିସହ ସାତ ଏକର ଜମିର ଧାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ତିନି ଜଣ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ସୋର ପୌରପାଳିକା ୧୯ ନମ୍ବର ୱାର୍ଡ କ୍ଷୀରକୋଣି ଗାଁରେ ଅଗ୍ନିକାଣ୍ଡ ଘଟିଛି। ବିକର୍ତ୍ତନ ମହାଳିକ, ପୁଅ ପ୍ରଶାନ୍ତ ଓ ଟୁକୁନାର ପାଞ୍ଚ ବଖରା ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗି ବିକର୍ତ୍ତନର ପତ୍ନୀ ଲଷ୍ମୀ ଓ ୧୦ ବର୍ଷର ନାତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବାରେ ହେତୁ ଗାଁ ଲୋକେ ପୋଖରୀରୁ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଛନ୍ତି। ରାତିରେ ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଛି।
ଏଥିସହ କୁଡେଇ ଗାଁର ବିଜୟ ଦଳେଇଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ବଖରା ପୋଡି ପାଉଁଶ ହୋଇଯାଇଛି। ଏଥିସହ ନଗଦ ୧୨ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ ଲାଗିବାର କାରଣ ଜଣାପଡି ନାହିଁ।
Comments are closed.