ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମାଜରେ ମହିଳାଙ୍କୁ ସମ୍ମାନ, ସମାନ ମର୍ଯ୍ୟାଦା ଏବଂ ମହିଳାଙ୍କ ସଶକ୍ତୀକରଣ ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି।
ସମାଜରେ ମହିଳା ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକିବା ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ମହିଳାମାନେ ନିଜକୁ ସଶକ୍ତ କରିବା ସହ ନିଜର ଅଧିକାର ପାଇଁ ଲଢିବାକୁ ଦରକାର। ପ୍ରତିଟି କ୍ଷେତ୍ରରେ ଆଜି ମହିଳାମାନେ ପୁରୁଷଙ୍କ ସହ ସମାନ।
ମହିଳାଙ୍କ ସଶକ୍ତୀକରଣ ପାଇଁ ଗତକାଲି ମିଶନ ଶକ୍ତିକୁ ନୂଆ ପରିଚୟ ମିଳିଛି। କ୍ୟାବିନେଟ୍ର ମୋହର ପରେ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ହୋଇଛି। ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମିଶନଶକ୍ତି ଯେଉଁ କାର୍ଯ୍ୟ କରୁଥିଲା, ତାହା ତ୍ୱରାନିତ ହେବ। ମହିଳା ଓ ଶିଶୁକଲ୍ୟାଣ ବିଭାଗରୁ ମିଶନ ଶକ୍ତିକୁ ଅଲଗା କରି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
Comments are closed.