ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ। ସମଗ୍ର ଦେଶରୁ ୬ ଲକ୍ଷ ୬୧ ହଜାର ୭୭୬ ଜଣ ପିଲା ମେନ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ jeemain.nta.nic.in ଓ nta.ac.in ୱେବସାଇଟରେ ଉପଲବ୍ଧ ହେବ। ଗତ ଫେବୃଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ପରୀକ୍ଷା ହୋଇଥିଲା।
ସୂଚନାଯୋଗ୍ୟ, ଅନଲାଇନରେ ରାଜ୍ୟର ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ। କେବଳ ଫେବୃଆରୀ ମାସରେ ୬.୬୨ ଲକ୍ଷ ପିଲା ପରୀକ୍ଷା ଦେଇଥିବା ବେଳେ ୪ଟି ପର୍ଯ୍ୟାୟରେ ସମଗ୍ର ଦେଶରୁ ୨୨ ଲକ୍ଷ ପରୀକ୍ଷା ଦେଇଥିଲେ। କୋଭିଡ୍ ସଂକ୍ରମଣରୁ ଦୃଷ୍ଟିରେ ରଖି ୨ଟି ସିଟିଂରେ ପରୀକ୍ଷା କରାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।
Comments are closed.