ସୋସିଆଲ୍ ମିଡିଆରେ ଦ୍ବିତୀୟ ସନ୍ତାନର ଫଟୋ ପୋଷ୍ଟ୍ କଲେ କରୀନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର୍ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୋସିଆଲ୍ ମିଡିଆରେ ତାଙ୍କର ଦ୍ବିତୀୟ ଶିଶୁ ସହ ନିଜର ଏକ ଫଟୋକୁ ସେୟାର୍ କରିଛନ୍ତି। କରୀନା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଫଟୋ ସେୟାର୍ କରିଛନ୍ତି। ଫଟୋଟିକୁ ସେୟାର କରି ସେ ଲେଖିଛନ୍ତି, ‘ସେପରି କିଛି ନାହିଁ, ଯାହା ଜଣେ ମହିଳା କରିପାରିବ ନାହିଁ। ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା’।
https://www.instagram.com/p/CMJS2zrl5Yb/?utm_source=ig_embed
ଫଟୋରେ କରୀନା ଏକ କଳା ରଙ୍ଗର ଟପ୍ ପିନ୍ଧିଛନ୍ତି। ସେ ତାଙ୍କ ପୁଅକୁ ନିଜ କାନ୍ଧ ଉପରେ ଶୁଆଇ ଦେଇ ଫଟୋ ଉଠାଇ ଥିବାର ନଜର ଆସିଛନ୍ତି। ଶିଶୁଟିକୁ ଏକ କପଡ଼ାରେ ଗୁଡ଼ାଇ ମୁହଁକୁ ତଳକୁ କରି ଶୁଆଇଛନ୍ତି। ଫଟୋରେ କରୀନାଙ୍କ ନବଜାତକର ମୁହଁ ସ୍ପଷ୍ଟ ଦେଖି ହେଉନାହିଁ। କରୀନା ଓ ସୈଫ୍ ତାଙ୍କ ଦ୍ବିତୀୟ ସନ୍ତାନକୁ ନେଇ ପୂର୍ବରୁ କହିଛନ୍ତି କି ଉଚିତ ସମୟ ଆସିଲେ ସେ ନିଜ ପିଲାର ଫଟୋ ଓ ତାହାର ନାମ ସର୍ବସମ୍ମୁଖରେ ପ୍ରକାଶ କରିବେ।
Comments are closed.