ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍
![](https://www.odishalink.com/wp-content/uploads/2021/01/bus-accident.jpg)
ରାଇରଙ୍ଗପୁର: ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍। ଏହି ଅଭାବନୀୟ ଘଟଣାଟି ବିଶୋଇ-କେନ୍ଦୁଝର ଅଶନା ନିକଟରେ ଘଟିଛି। ପ୍ରକାଶ ଯେ , ମଧୁସ୍ମିତା ନାମକ ଯାତ୍ରୀବାହୀ ବାସ ପାଲଲହାଡ଼ାରୁ ବାରିପଦା ଯାଉଥିଲା। ଅଶନା ନିକଟରେ ଯାତ୍ରୀ ଓହ୍ଲାଉ ଥିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତା କଡ଼କୁ ଓଲଟି ପଡିଥିଲା।
ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଥିବା ବେଳେ ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିଶୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
Comments are closed.