୪ ଦିନ ବନ୍ଦ ରହିବ ବ୍ୟାଙ୍କ!

ଭୁବନେଶ୍ୱର: ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ।
ଏନେଇ ଏଅଇବିଓସି ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି। କିନ୍ତୁ ବଡ଼ ସମସ୍ୟାର ବିଷୟ ଏହିକି ଯେ ଲଗାତାର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୫ ଓ ୧୬ ତାରିଖ ଧର୍ମଘଟ ପାଇଁ ବନ୍ଦ ରହିବ।
ସେହିପରି ୧୩ ତାରିଖ ୧୪ ତାରିଖ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ୧୩ ତାରଖ ଦ୍ୱିତୀୟ ଶନିବାର ଓ ୧୪ ତାରିଖ ରବିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ୨ ଦିନକୁ ମିଶାଇ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ହେଲେ ଏଇ ସପ୍ତାହରେ ମାତ୍ର ୪ ଦିନ ପାଇଁ ବ୍ୟାଙ୍କ ଖୋଲା ରହିବ।
Comments are closed.