ନିୟନ୍ତ୍ରଣକୁ ଆସୁଛି ଶିମିଳିପାଳ ଜଙ୍ଗଲର ନିଆଁ: ଟାସ୍କଫୋର୍ସ ଅଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଥିବା ଜଙ୍ଗଲରେ ନିଆଁ ଆୟତ୍ତକୁ ଆସୁଛି। ଜଙ୍ଗଲ ନିଆଁ ପ୍ରସଙ୍ଗରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେବା ବେଳେ ଆଶ୍ୱସ୍ତିକର ଖବର ଦେଇଛନ୍ତି। ତେବେ ସନ୍ଦୀପଙ୍କ ସୂଚନା ମୁତାବକ ୯୫ ପ୍ରତିଶତ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି। ଏ ସମସ୍ତ ସ୍ଥାନରେ ଅଣାୟତ୍ତ ନିଆଁକୁ ଆୟତ୍ତ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଏସବୁ କରାଯାଇ ପାରିଛି। ନିଆଁ ଲାଗିଥିବା ୬୨୫୮ ଫାୟାର ପଏଣ୍ଟରୁ ୩୨୮୫କୁ ହ୍ରାସ ପାଇଛି ବୋଲି ଟାସ୍କଫୋର୍ସ ଅଧ୍ୟକ୍ଷ କହିଛନ୍ତି। ସେପଟେ ରାଜ୍ୟ ସାରା ନିଆଁଲିଭା ପାଇଁ ୧୦୦ଟି ଦଳ ନିୟୋଜିତ ହୋଇଛନ୍ତି।
ଜୀବନକୁ ବାଜିରେ ଲଗାଇ ଜଙ୍ଗଲ ଯୋଦ୍ଧାମାନେ ପ୍ରକୃତୁକୁ ରକ୍ଷା କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ତେବେ ଜଙ୍ଗଲ ନିଆଁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ବୈଠକରେ ସାମିଲ ଥିଲେ ଜିଲ୍ଲାପାଳ, ଏସପି ଓ ବନଖଣ୍ଡ ଅଧିକାରୀ।
Comments are closed.