Odisha Link
Bridging the Missing Links in Odisha

ଆସନ୍ତାକାଲି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ

ଆଠଗଡ଼: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ବାବା ଧବଳେଶ୍ୱର ପୀଠରେ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ କାଲି ସାଧାରଣ ଦର୍ଶନ ବନ୍ଦ ରହିବ।

ଆସନ୍ତା କାଲି ଧବଳେଶ୍ଵରଙ୍କ ପାଖରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ହେବ। ଭୋର ୪ଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲ ରେ ସଜିତ କରାଯାଇ ବିନା ଭକ୍ତରେ ଦର୍ଶନ ଦେବେ ଧବଳେଶ୍ୱର। ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି।

ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଚୌଦ୍ୱାର DSP ସୂଚନା ଦେଇଛନ୍ତି। କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଧବଳେଶ୍ୱର ନଆସିବା ପାଇଁ ପ୍ରସାସନ ପକ୍ଷରୁ କୁହାଯାଇଛି।

Comments are closed.