ଉତ୍ତରାଖଣ୍ଡ: ତୀରଥ ସିଂହ ରାଓ୍ବତ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଆଜି ନେଇ ପାରନ୍ତି ଶପଥ
![](https://www.odishalink.com/wp-content/uploads/2021/03/rawat_1-sixteen_nine.jpg)
ଡେରାଡୁନ୍: ଦେବଭୂମି ଉତ୍ତରାଖଣ୍ଡରେ ବିଗତ ୨୪ ଘଣ୍ଟା ଧରି ଲାଗି ରହିଥିଲା ରାଜନୈତିକ ହଟଚମଟ। ଏବେ ଏଥିରେ ଲାଗିଛି ବିରାମ। କାରଣ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ଇସ୍ତଫା ପରେ ତୀରଥ ସିଂହ ରାଓ୍ବତ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ।
BJP MP Tirath Singh Rawat to become new chief minister of Uttarakhand, announces Trivendra Singh Rawat who stepped down yesterday pic.twitter.com/DminB0gvRI
— ANI (@ANI) March 10, 2021
ବୁଧବାର ଡେରାଡୁନରେ ଅନୁଷ୍ଠିତ ହୋଇଥିଲା ବିଜେପି ବିଧାୟକ ଦଳ ବୈଠକ। ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ତୀରଥ ସିଂହ ରାଓ୍ବତଙ୍କ ନାମ ସାମ୍ନାକୁ ଆସିଥିଲା। ବିଶେଷ ସୂତ୍ରରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଶ୍ରୀ ରାଓ୍ବତ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି।
ସୂଚନାଥାଉକି, ତୀରଥ ସିଂହ ରାଓ୍ବତ ଉତ୍ତରାଖଣ୍ଡର ଗଡ଼ବାଲ ଲୋକସଭାର ସାଂସଦ। ସେ ପୂର୍ବରୁ ଉତ୍ତରାଖଣ୍ଡ ବିଜେପି ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି। ବର୍ତ୍ତମାନ ସେ ବିଜେପିର ରାଷ୍ଟ୍ରୀୟ ସଚିବ ମଧ୍ୟ ଅଛନ୍ତି।
ଦେବଭୂମି ଉତ୍ତରାଖଣ୍ଡରେ ରାଜନୈତିକ ହଟଚମଟ ଲାଗି ରହିଥିଲା। ଯାହାଫଳରେ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିଲେ। ଯାହାପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି।
Comments are closed.