ଶିମିଳିପାଳ ବନାଗ୍ନି ନିରୀକ୍ଷଣ ପାଇଁ ଆସିବ କେନ୍ଦ୍ରୀୟ ଟିମ୍
![](https://www.odishalink.com/wp-content/uploads/2021/03/fire-1.jpg)
ଭୁବନେଶ୍ୱର: ଶିମିଳିପାଳ ବନାଗ୍ନି ନିରୀକ୍ଷଣ ପାଇଁ ଆସିବ କେନ୍ଦ୍ରୀୟ ଟିମ୍। ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଆସିବ। ଶିମିଳିପାଳ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ବେଳେ ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ନିଆଁ ସଂପର୍କରେ ଅବଗତ କରିଥିଲେ।
ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ପଠାଉଛି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଏହି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଘଟଣାର ଅନୁଧ୍ୟାନ କରି ରାଜ୍ୟ ବନ ବିଭାଗକୁ ବୈଷୟିକ ପରାମର୍ଶ ଦେବା ସହ ଶିମିଳିପାଳ ଓ ଏହାର ଆଖପାଖରେ ଥିବା ଫାୟାର ପଏଣ୍ଟକୁ ଲିଭାଇବା ଦିଗରେ ସାହାଯ୍ୟ କରିବ। ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ବନାଗ୍ନି ସମସ୍ୟା ନେଇ ମୁଁ ସମୀକ୍ଷା କରିବି ବୋଲି କହିଛନ୍ତି ଶ୍ରୀ ଜାଭଡେକର।
Today Sh. @dpradhanbjp & other MP's from Odisha met me regarding Forest Fire in #SimlipalNationalPark & nearby.@moefcc is sending a committee of experts to Odisha to give technical advise &help out state forest dept. in effective management of forest fire incidents in the region pic.twitter.com/I0zEh5YCaL
— Prakash Javadekar (@PrakashJavdekar) March 10, 2021
ଏ ପ୍ରସଙ୍ଗରେ ଟୁଇଟ୍ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ତଥା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲୁ। ଓଡ଼ିଶାରେ ଜଙ୍ଗଲ ନିଆଁ ଘଟଣାର ପୁନରାବୃତ୍ତିକୁ ରୋକିବା ଏବଂ ଏହାର ମୁକାବିଲା କରିବା ଦିଗରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗର ପ୍ରତିନିଧି, ପରିବେଶବିତ, ଜଙ୍ଗଲ ସୁରକ୍ଷା ଦେଉଥିବା ଲୋକମାନଙ୍କୁ ନେଇ ଏକ ଏମ୍ପାୱାର୍ଡ କମିଟି ଗଠନ କରିବା ପାଇଁ ଅନୁରୋଧ କଲୁ।
Comments are closed.