Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌ କମିଟି ବୈଠକ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଅନୁଷ୍ଠିତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ବସିଛି ବୈଠକ ।

ଏହି ଅର୍ଥ ସବ୍ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍ ଅଟକଳ ଉପସ୍ଥାପନ କରାଯିବ। ବୈଠକରେ ଶ୍ରୀମନ୍ଦିରର ଆୟ ବ୍ୟୟର ମଧ୍ୟ ଅଟକଳ କରାଯିବ। କେଉଁ କ୍ଷେତ୍ରରେ ଏହାକୁ ବ୍ୟୟ କରାଯିବ ତା ଉପରେ ମଧ୍ୟ ଆଲୋଚନା ହୋଇପାରେ। ସେପଟେ ମାହାଲ ବନ୍ଦ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ।

Comments are closed.