ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଆକ୍ରମଣ। ଗତକାଲି ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଅଭିଯୋଗ ମୁତାବକ ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି। ମମତା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Concerned to know about the hospitalization of West Bengal Chief Minister @MamataOfficial. Wishing her speedy recovery and praying for good health.
— Naveen Patnaik (@Naveen_Odisha) March 11, 2021
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ତାଙ୍କ ଉପରକୁ ଆକ୍ରମଣ ହୋଇଛି। ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି। ସେପଟେ ବିଜେପି ପାଲଟା ଅଭିଯୋଗ କରିି କହିଛି, ଆଘାତ ଲାଗିବା ସମୟରେ ସୁରକ୍ଷା କର୍ମୀ କଣ କରୁଥିଲେ। ଘଟଣାର ସିବିଆଇ ଯାଞ୍ଚ କରିବାକୁ ବିଜେପି ଦାବି କରିଛି।
Comments are closed.