ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ସାନିଟାଇଜର ସ୍ପ୍ରେ କଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ

ବ୍ୟାଙ୍ଗ୍କକ୍: ମହାମାରୀ କରୋନା ସଂକ୍ରମଣ କବଳରୁ ବର୍ତ୍ତିବା ପାଇଁ ସମସ୍ତେ ସାନିଟାଇଜରର ବ୍ୟବହାର କରୁଛନ୍ତି। ହେଲେ ସାମ୍ବାଦିକ ପ୍ରଶ୍ନବାଣରୁ ବର୍ତ୍ତିବା ପାଇଁ ସାମ୍ବାଦିକଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କରି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ। ଥ୍ୟାଇଲାଣ୍ଡରୁ ଆସିଛି ଏମିତି ଏକ ଖବର। ଥ୍ୟାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ରାୟଥୁ ଚାନ୍ ଓଚା ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଅତିଷ୍ଠ ହୋଇ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ଖାଲି ପଡ଼ିଥବା କ୍ୟାବିନେଟ୍ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ବିଷୟରେ ପ୍ରାୟୁଥଙ୍କୁ ପ୍ରଶ୍ନ କରିଥିଲେ। କାରଣ ତାଙ୍କ ମନ୍ତ୍ରୀମଣ୍ଡଳର ତିନି ମନ୍ତ୍ରୀ ସାତ ବର୍ଷ ପୂର୍ବେ ବିରୋଧ ପ୍ରଦର୍ଶନବେଳେ ବିଦ୍ରୋହ କରିଥିବାରୁ ଗତ ସପ୍ତାହ ଜେଲ ଯାଇଛନ୍ତି। ତା’ପରଠୁ ଉକ୍ତ ପବଦୀ ଖାଲି ପଡ଼ଛି।
ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟରମାନେ ଖାଲି ପଦବୀ ପୂରଣ ପାଇଁ ପ୍ରାର୍ଥୀଙ୍କ ବିଷୟରେ ପଚାରିବାରୁ ପ୍ରଧାନମନ୍ତ୍ରୀ କ୍ଷୁବ୍ଧ ହୋଇଯାଇଥଲେ। ବିରକ୍ତ ହୋଇ ପୋଡିୟମ୍ରେ ଠିଆ ହୋଇ ‘ଆଉ କିଛ ପଚାରିବାର ଅଛ କି?’ ବୋଲି ରିପୋର୍ଟରମାନଙ୍କୁ ପଚାରିଥଲେ। ଶେଷରେ ସିଧାପ୍ରସାରଣ ହେଉଥବା ସାମ୍ବାଦିକ ସମ୍ମିଳନୀରୁ ଉଠି ଚାଲି ଯାଇଥିଲେ।
Thai prime minister Prayuth Chan-ocha sprayed hand sanitizer at journalists to avert answering questions on the latest cabinet pic.twitter.com/nZyMgcou58
— Reuters (@Reuters) March 9, 2021
ଏହି ସମୟରେ ସେ ଏକ ସାନଟାଇଜର୍ ବୋତଲକୁ ଧରି ରିପୋର୍ଟରଙ୍କ ପାଖକୁ ଚାଲିଗଲେ ଏବଂ ଉପସ୍ଥତ ସମସ୍ତ ରିପୋର୍ଟରଙ୍କ ଉପରକୁ ସାନଟାଇଜର୍ ସ୍ପ୍ରେ ଆରମ୍ଭ କରିଦେଲେ। ସୂଚନାଥାଉକି, ଦୁଇ ସପ୍ତାହ ପୂର୍ବରୁ ପ୍ରାୟୁଥଙ୍କ ସରକାର ଉପରେ ଅର୍ଥନୀତିର କୁପରିଚାଳନା, କୋଭିଡ୍-୧୯ ଟିକା ପ୍ରଦାନରେ ବିଫଳତା, ମାନବ ଅଧିକାରର ଦୁର୍ବ୍ୟବହାର ଏବଂ ଦୁର୍ନୀତିକୁ ପ୍ରୋତ୍ସାହନ କରିବାର ଅଭିଯୋଗ ଆସିଥଲା।
Comments are closed.