ଗଣଶିକ୍ଷା ମନ୍ତ୍ରୀଙ୍କର ଅଚାନକ ସ୍କୁଲ ପରିଦର୍ଶନ
![](https://www.odishalink.com/wp-content/uploads/2020/01/samira-ranjan-das-1.jpg)
ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କର ଅଚାନକ ସ୍କୁଲ ପରିଦର୍ଶନ। ପୁରୀ ଜିଲ୍ଲାକୁ ଅଚାନକ ଗସ୍ତ କରି ସ୍କୁଲରେ ଶିକ୍ଷାଦାନ ପ୍ରସଙ୍ଗରେ ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏଥିସହ ଅଭ୍ୟାସ ବୋର୍ଡ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସ୍କୁଲରେ ବୋର୍ଡ ଅଫ୍ ସେକେଣ୍ଡାରୀର ପ୍ୟାଟର୍ଣ୍ଣ ପରୀକ୍ଷା ହୋଇ ନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁ ସ୍କୁଲରେ ବିଏସଇ ପ୍ୟାଟର୍ଣ୍ଣ ପରୀକ୍ଷା ହୋଇନି, ମାର୍ଚ୍ଚ ମାସରେ ଶେଷ କରାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ ବୋଲି ଡିଇଓ କହିଛନ୍ତି। ଏଥିସହ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟର ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀଙ୍କ ଗସ୍ତ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିନା ଆପ୍ଲିକେସନରେ ଅନୁପସ୍ଥିତ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ। ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୋଟିଏ ଦିନର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
Comments are closed.