Odisha Link
Bridging the Missing Links in Odisha

ମନ୍ତ୍ରୀମାନେ କ୍ଷମା ନମାଗିଲେ ବିଧାନସଭା ଚଲାଇଦେବୁନି: ତାରା

ଭୁବନେଶ୍ୱର: ବିଧାନସଭାରେ ମଣ୍ଡି ଝଡ଼ ସୃଷ୍ଟି ହୋଇଛି। ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀମାନେ ୱେଲ ଭିତରକୁ ଆସିବା ପ୍ରଥମ ଘଟଣା ବୋଲି ଗୃହ ବାହାରେ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି।

ଏହି ଅବସରରେ ସେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ନବ ଦାସଙ୍କ ନାମ ନେଇଛନ୍ତି। ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁନି ବୋଲି ତାରା ବାହିନୀପତି କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ଆମେ ଆତ୍ମହତ୍ୟା ଧମକ ଦେଇଛୁ। ମାତ୍ର ଉଦ୍ୟମ କରିନୁ । ଏହା ଠିକ ନୁହେଁ ବୋଲି ତାରା ବାହିନୀପତି କହିଛନ୍ତି।

ପ୍ରକାଶ ଯେ, ମଣ୍ଡି ଅବ୍ୟବସ୍ଥାକୁ ନେଇ ତୁମୁଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଗୃହରେ ମଧ୍ୟଭାଗରେ ହାଲାବୋଲ ଓ ନାରାବାଜି ଯୋଗୁଁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ  ମୁଲତବୀ କରିଦେଇଛନ୍ତି। ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହାଲାବୋଲ କରିଥିଲେ।

ସ୍ଲୋଗାନବାଜିରେ ଗୃହ କମ୍ପି ଉଠିଥିଲା। ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେବି ବିରୋଧୀଙ୍କ ତୁମୁଳ ହଟ୍ଟଗୋଳ ଯୋଗୁଁ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଗୃହକାର୍ଯ୍ୟକୁ ଅପରାହ୍ନ ସାଢେ଼ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖି ଦିଆଯାଇଥିଲା।

Comments are closed.