୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ମାମଲା ବଢ଼ିବାରେ ଲାଗିଛି। ଆଜି ଏକର କୋବି ବୋଝେଇ ଟ୍ରକ ଭିତରୁ ୪୯୪ କେଜି ଗଞ୍ଜେଇ ଜବତ କରାଯାଇଛି। ଜୟପୁର ସଦର ଥାନା ପାତ୍ରପୁର ବ୍ରିଜ ନିକଟରୁ ଏହି ଗଞ୍ଜେଇ ଜବତ କରାଯାଇଛି।
ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଗଞ୍ଜେଇ ଜବତ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Comments are closed.