ଛୁଟି ଦିନରେ ବି ହେବ ଟିକାକରଣ
![](https://www.odishalink.com/wp-content/uploads/2020/12/vaccine.jpg)
ଭୁବନେଶ୍ୱର: ଛୁଟି ଦିନରେ ମଧ୍ୟ କରୋନା ଟିକାକରଣ କରାଯିବ। ଟିକାକରଣ ନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି। ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି।
ଏଥିସହ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଟାର୍ଗେଟର ପାଖାପାଖି। ୯୧ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ୮୦ ପ୍ରତିଶତ ସମ୍ମୁଖ ଯୋଦ୍ଧା ଟିକା ନେଇ ସାରିଲେଣି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Comments are closed.