ଦମ୍ପତ୍ତିଙ୍କ ସହ ଜେଲ ଗଲା ୨ ମାସର ଶିଶୁ

କାଳିଆପାଣି: ଆଇନ ଆଗରେ ହାରି ଗଲା ମାନବିକତା। ସାନ ଭାଇର ପ୍ରେମ ପାଣି ଜଲେ ଗଲା ଭାଇ ଭାଉଜ ଓ ୨ ମାସର ଶିଶୁ। ୨୦୧୯ର ଏକ ପୁରୁଣା ୱାରେଣ୍ଟରେ ଅସୁସ୍ଥ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାଟି କାଳିଆପାଣି ଥାନା ଅନ୍ତର୍ଗତ ଗିରଙ୍ଗାମାଳୀ ଗ୍ରାମରେ ଘଟିଛି।
ପ୍ରକାଶ ଯେ,ବଳରାମ ମହାନ୍ତଙ୍କ ପୁଅ କରୁଣାକର ମହାନ୍ତ ଜନୈକା ଆଦିବାସୀ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲା । ଝିଅ ଘର ଲୋକ ଥାନାରେ କରୁଣାକର ନାମରେ ଅଭିଯୋଗ କରିଥିଲେ ।
ପୁଲିସ ମାମଲାରେ ପ୍ରଥମେ ଅଭିଯୁକ୍ତର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତ କରୁଣାକରକୁ ତାମିଲନାଡ଼ୁରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତେବେ ତାମିଲନାଡୁରେ ରହୁଥିବା ବଡ଼ଭାଇ ନିକଟରେ ସେମାନେ ଆଶ୍ରୟ ଦେଇଥିବାରୁ ପୁଲିସ ତା’ର ବଡ଼ଭାଇ ଓ ଭାଉଜ ନାମରେ ମଧ୍ୟ ମାମଲା ରୁଜୁ କରିଥିଲା।
କରୁଣାକରର ବଡ଼ଭାଇ ପଙ୍କଜ ତାମିଲନାଡୁରେ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡ଼ ଭାଙ୍ଗି ଯିବାରୁ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ପତ୍ନୀ ସୁକାନ୍ତିଙ୍କ କୋଳରେ ୨ମାସର ଏକ ଶିଶୁ ରହିଥିବା ବେଳେ ୨ଦିନ ତଳେ ତାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା।
ଆସନ୍ତା ଗୁରୁବାର ଦିନ ତାଙ୍କର ଷ୍ଟିଚ୍ ଖୋଲା ଯାଇଥାନ୍ତା। ଏପରି ଅବସ୍ଥାରେ କାଳିଆପାଣି ପୁଲିସ କୋର୍ଟ ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ ଯାଇ ସେମାନଙ୍କୁ ବିଳମ୍ବିତ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
Comments are closed.