ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଦିଲ୍ଲୀ ସ୍ଥିତ ବାସଭବନରୁ ସାଂସଦ ରାମ ସ୍ୱରୁପ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ଼୍ ନୋଟ ମିଳିନାହିଁ। ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ସାଂସଦ ରାମସ୍ୱରୁପ ଶର୍ମା ନିଜ ରୁମ୍ ଭିତରେ ଆତ୍ମହତ୍ୟା କରିଛନ୍ତି। ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ମେଡିକାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ସୁଇସାଇଡ଼୍ ନୋଟ ଘଟଣାସ୍ଥଳରୁ ମିଳିନାହିଁ।
ସାଂସଦଙ୍କ ମୃତ୍ୟୁ ପରେ ବିଜେପିର ସଂସଦୀୟ ଦଳ ବୈଠକ ବାତିଲ ହୋଇଛି। ସେପଟେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାମସ୍ୱରୁପଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଦୁଇ ଦୁଇ ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି ରାମସ୍ୱରୁପ ଶର୍ମା। ପ୍ରଥମେ ୨୦୧୪ ଏବଂ ପରେ ୧୦୧୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାମସ୍ୱରୁପ ଶର୍ମା। ତାଙ୍କର ଏପରି ମୃତ୍ୟୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି।
Comments are closed.