ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ ଟଙ୍କା

ସୁବର୍ଣ୍ଣପୁର: ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ ଲକ୍ଷ ଟଙ୍କା। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବାଘଲପୁର ଛକ ନିକଟରେ ଘଟିଛି।ପ୍ରକାଶ ଯେ, ଆଜି ଜଣେ ବ୍ୟାଙ୍କ କର୍ମଚାରୀ ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଏହି ଘଟଣାଟି ଘଟିଥିଲା।
୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ କର୍ମଚାରୀ।
ବ୍ୟାଙ୍କରୁ ଟଙ୍କା ନେଇ ATMରେ ଭରିବାକୁ ଯିବା ବେଳେ ଲୁଟ୍ ହୋଇଛି। ଘଟଣା ସ୍ଥଳରେ ଲୁଟେରା ଗୋଟିଏ ବାଇକ ଛାଡ଼ି ଯାଇଥିବା ସୂଚନା ମିଳିଛି।
Comments are closed.