ନୂଆ ପିସିସିଏଫ ଭାବେ ନିଯୁକ୍ତି ହେଲେ ଶିଶିର କୁମାର ରଥ

ଭୁବନେଶ୍ୱର: ଆଇଏଫଏସ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ରାଜ୍ୟ ବନ ସୁରକ୍ଷା ବଳର ମଧ୍ୟ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ।
ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲ୍ ଙ୍କ ଅବସର ପରେ ପିସିସିଏଫ ପଦ ଖାଲି ପଡିଥିଲା । ସେହି ପଦରେ ଶିଶିର ରଥଙ୍କୁ ନିଯୁକ୍ତ କରାଯାଇଛି। ଶିଶିର କୁମାର ରଥ ହେଉଛନ୍ତି ୧୯୮୭ ବ୍ୟାଚ୍ ର ଆଇଏଫଏସ।
ଜଙ୍ଗଲ ବିଭାଗର ପିସିସିଏଫ ସହ ତାଙ୍କୁ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଶିଶିର କୁମାର ରଥ ବର୍ତ୍ତମାନ ଜଙ୍ଗଲ ବିଭାଗର ଅତିରିକ୍ତ ଡିଜି ଅଛନ୍ତି । ରାଜ୍ୟରେ ଜଙ୍ଗଲ ନିଆଁ ଲିଭାଇବା PCCFଙ୍କ ପ୍ରମୁଖ ଦାୟିତ୍ବ ହେବ ।
Comments are closed.