ରାଜ୍ୟରେ କରୋନା: ୮୨ କରୋନା ପଜିଟିଭ୍ ଚିହ୍ନଟ
![](https://www.odishalink.com/wp-content/uploads/2021/03/corona.jpg)
ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ପୁଣି ଥରେ କାୟା ବିସ୍ତାର କଲାଣି କରୋନା । ଗତ ୨୪ ଘଣ୍ଟାରେ ୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 16th March
New Positive Cases : 82
In quarantine: 48
Local contacts: 34(Details of local contacts will be shared by concerned Dist Administration)
District Wise Cases:
1. Angul: 2
2. Balasore: 6
3. Bargarh: 7
4. Balangir: 4
5. Cuttack: 5
6. Deogarh: 1— I & PR Department, Odisha (@IPR_Odisha) March 17, 2021
ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, ବରଗଡ଼ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୫ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ, ଷ୍ଟେଟ୍ ପୁଲ୍ରୁ ୨ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୮୪୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୩୮ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୮୬୮୭୧୩୩ ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.