ବିଏମ୍ସି ହସ୍ପିଟାଲରେ ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଏମ୍ସି ହସ୍ପିଟାଲରେ ଆଜିଠୁ ଲିଙ୍ଗରାଜଙ୍କ ସେବାୟତଙ୍କୁ ଟିକା ଦିଆଯିବ। ଦୈନିକ ୫୦ଜଣଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସହରର ମୋଟ ୩୧ଟି ସେସନ୍ ସାଇଟ୍ରେ ଟିକା ଦିଆଯାଉଛି ।
ଆଜି ସୁଦ୍ଧା ୧ଲକ୍ଷ ୭ହଜାର ୬୭୮ଜଣଙ୍କୁ ଟିକା ଦିଆସରିଲାଣି । ଏହା ଭିତରେ ୪୦ହଜାର ୨୪୪ ସ୍ୱାସ୍ଥ୍ୟକର୍ମୀ, ୨୩ହଜାର ୩୫୫ ସମ୍ମୁଖ ଯୋଦ୍ଧା ଓ ୪୦ହଜାର ୭୯ଜଣ ବରିଷ୍ଠ ନାଗରିକ/ଜଟିଳ ରୋଗୀଙ୍କୁ ଟିକା ଦିଆଯାଇଥିବା ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି ।
Comments are closed.