ପୁଣି ଥାନାରେ ଅଭିଯୋଗ କଲେ ବର୍ଷା

କଟକ: ଦୀର୍ଘ ଦିନର ନିରବତା ପରେ ପୁଣି ବର୍ଷା- ଅନୁଭବ ବିବାଦ ସାମ୍ନାକୁ ଆସିଛି। ପୁରୀଘାଟ ଥାନାରେ ଏତଲା କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଘରେ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା। ସେ ରହୁଥିବା ଘରେ ବିଜୁଳି କାଟି ଦିଆଯାଉଛି। ଏସି ସଂଯୋଗ ବି କାଟି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା। ବୈବାହିକ ବିବାଦ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା। ଉଭୟ ଉଭୟଙ୍କୁ ମିଡ଼ିଆ ସାମ୍ନାରେ ଦୋଷାରୋପ କରୁଥିଲେ ହେଁ ଦୁଇଜଣଙ୍କ ମାମଲା କୋର୍ଟ ଯାଏଁ ଯାଇଥିଲା।
ତେବେ ବହୁ ଚର୍ଚ୍ଚିତ ଷ୍ଟାର କପଲଙ୍କ ଭିତରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ରହି ଆସିଛି। ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି।
ଏହାପରେ ଭରଣ ପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟ ଯାଇଥିଲେ ବର୍ଷା। ପରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲିକୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବର୍ଷା । ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର ହୋଇଥିଲା।
ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତେ ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ। ଆଉ ଆଜି ଘରେ ହଇରାଣ କରାଯାଉଥିବା ନେଇ ଥାନାରେ ପୁଣି ଅଭିଯୋଗ କରିଛନ୍ତି ବର୍ଷା।
Comments are closed.