ପୁଣି କଟକର ଘରୋଇ କଲେଜରୁ କରୋନା ପଜେଟିଭ ଚିହ୍ନଟ
![](https://www.odishalink.com/wp-content/uploads/2021/03/coronavirs.jpg)
କଟକ: ପୁଣି କଟକର ଏକ ଘରୋଇ କଲେଜରୁ କରୋନା ପଜେଟିଭ ଚିହ୍ନଟ। କଲେଜରୁ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମ୍ସି)।
ପ୍ରକାଶ ଯେ, ବୁଧବାର ଉକ୍ତ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର ୭୧ ଜଣଙ୍କର ଟେଷ୍ଟିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
ସମସ୍ତ ପଜିଟିଭ ଗୋଟିଏ ହଷ୍ଟେଲର ବୋଲି ଜଣାଯାଇଛି। ଅନ୍ୟ ଜିଲ୍ଲାର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏଥିସହ କଲେଜର ଅଧ୍ୟାପକଙ୍କ ଟେଷ୍ଟ ସହିତ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।
Comments are closed.