ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା, କହିଲେ…

ପୁରୀ: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଲୋଡିଛନ୍ତି। ଗୋବିନ୍ଦା କହିଛନ୍ତି, ମୋ ଉପରେ ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି। ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ। କିଛି ଦିନ ଧରି ମୁଁ ବନ୍ଧନଯୁକ୍ତ ହୋଇ ଯାଇଥିଲି। ହେଲେ ଏବ ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ବନ୍ଧନରୁ ମୁକ୍ତ ହୋଇଯାଇଛି।
ଏଥିସହ ଗୋବିନ୍ଦା ରାଜନୀତିରୁ ସବୁଦିନ ଲାଗି ଓହରି ଯାଇଥିବା କହିଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇ ଥିଲେ ବଲିଉଡ଼୍ ତାରକା। ଦର୍ଶନର ଏଭଳି ସାନିଧ୍ୟ ବାରମ୍ବାର ଆସୁ ବୋଲି ମଧ୍ୟ ସେ କହିଛନ୍ତି। ଗୋବିନ୍ଦାଙ୍କୁ ମହାପତ୍ର ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ କରିବା ସହ ସମସ୍ତ ପୂଜାର୍ଚ୍ଚନା କରାଇଥିଲେ। ଅବସରରେ ଗୋବିନ୍ଦାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ସେବାୟତ।
Comments are closed.