ଟିକା ରପ୍ତାନି ବିଳମ୍ବିତ କରିବ ସେରମ ଇନଷ୍ଟିଚ୍ୟୁଟ୍
![](https://www.odishalink.com/wp-content/uploads/2021/03/covishield.jpg)
ପୁଣେ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ ପୁଣି ଦେଶରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ବଢୁଥିବା କାରଣରୁ କେତେକ ଦେଶକୁ କୋଭିସିଲଡ୍ ଟିକାର ରପ୍ତାନି ବିଳମ୍ବିତ କରିବ ସେରମ ଇନଷ୍ଟିଚ୍ୟୁଟ୍। ଏସବୁ ଦେଶମାନେ ହେଲେ ବ୍ରାଜିଲ, ମରୋକ୍କୋ ଓ ସାଉଦି ଆରବ।
ମୁଖ୍ୟତଃ ଦୁଇଟି କାରଣରୁ ଟିକା ରପ୍ତାନି ବିଳମ୍ବିତ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ପ୍ରଥମଟି ହେଲା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଟିକା ଚାହିଦା ବୃଦ୍ଧି ପାଇଛି। ଦ୍ବିତୀୟ କାରଣଟି ହେଉଛି, କମ୍ପାନି ନିଜର କ୍ଷମତା ସଂପ୍ରସାରଣ ପାଇଁ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୩,୮୪୬ ଟି ନୂଆ କରୋନା ମାମଲା ଆସିଛି।
Comments are closed.